Delhi Air Pollution: 50% work-from-home in Delhi-NCR
ଦିଲ୍ଲୀରେ ଚରମ ସୀମାରେ ପହଞ୍ଚିଛି ପ୍ରଦୂଷଣ । ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ । ତେବେ ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରାଇଭେଟ୍‌ ଅଫିସ୍‌ମାନଙ୍କରେ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍‌ ହୋମ୍‌ରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ୫୦ ପ୍ରତିଶତ କର୍ମଚାରୀ ଏବେ ଘରୁ ରହି କାମ କରିବେ ।
 
ସୂଚନା ଅନୁଯାୟୀ, ଲଗାତାର ନବମ ଦିନ ପାଇଁ ପ୍ରଦୂଷଣ ଖରାପ ଥିବାରୁ ଏହି କଟକଣା ଲାଗୁ କରାଯାଇଛି । ଦିଲ୍ଲୀରେ AQI ଏବେ ରେକର୍ଡ ଭାଙ୍ଗିଛି । ବାୟୁର ମାନ ୩୫୦ ରୁ ଉପରେ ଥିବା ରେକର୍ଡ କରାଯାଇଛି । ବାୟୁମଣ୍ଡଳରେ ଯେଉଁଆଡେ ଦେଖିବ ଖାଲି ଧୂଆଁମୟ ପରିବେଶ ।
 
CPCB (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଙ୍କ ରିପୋର୍ଟ ଅନୁଯାୟୀ, ଏମ୍ସ ଏବଂ ସଫଦରଜଙ୍ଗ ହସ୍ପିଟାଲ ଅଞ୍ଚଳର AQI (ବାୟୁ ଗୁଣବତ୍ତା ସୂଚକାଙ୍କ) ୩୯୬ ରେକର୍ଡ କରାଯାଇଛି । ଯାହାକୁ ‘ଅତି ଖରାପ’ ଭାବରେ ବର୍ଗୀକୃତ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *