ଏବେବି ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ ଦାସଙ୍କ ହତ୍ୟାକାଣ୍ଡ ରହସ୍ୟ ଘେରରେ ଥିବାବେଳେ ବାପାଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ଝିଅ ଦୀପାଳି ଦାସ । ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ ଦୀପାଳି କହିଛନ୍ତି । ଭାରତୀୟ ଜନତା ପାର୍ଟି ସରକାରରେ ଥିବା କେତେକ ବିଧାୟକ ଦୀପାଳି ଓ ତାଙ୍କ ପରିବାରକୁ ବଦନାମ କରିବା ଭଳି ମନ୍ତବ୍ୟ ଦେଉଥିବା ଯୋଗୁଁ ସେ ଏଭଳି ନିଷ୍ପତ୍ତି ନେଉଛନ୍ତି ବୋଲି କହିଛନ୍ତି । ପୂର୍ବରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଯଦି ପୂର୍ବ ସରକାର ତଦନ୍ତରେ ନବ ଦାସଙ୍କ ପରିବାର ସନ୍ତୁଷ୍ଟ ନୁହଁନ୍ତି, ତେବେ ଲିଖିତ ଭାବେ ଜଣାଇଲେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । Post navigation ସ୍ବାମୀତ୍ବ ଯୋଜନାରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ