ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା । ସବୁଆଡୁ ହତାଶ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପାଇଁ ଚିଠି ଲେଖିସାରିଛୁ । ସିବିଆଇ ତଦନ୍ତ ନେଇ ଚିଠି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଚାହୁଁଛୁ ବୋଲି ଝିଅ ଦୀପାଳି ଦାସ କହିଛନ୍ତି । ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତକୁ ଆଗକୁ ନେବେ ବୋଲି ଆମର ପୂରା ଭରସା ଅଛି ବୋଲି ଦୀପାଳି କହିଛନ୍ତି । ସୂଚନାନୂସାରେ, ମଙ୍ଗଳବାର ସକାଳେ ଅତିରିକ୍ତ ଏସପିଙ୍କ ନିର୍ଦ୍ଦେଶରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ନବ ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ଘରେ ପହଞ୍ଚି ପୁଅ ବିଶାଲ ଓ ଝିଅ ଦୀପାଳିଙ୍କ ବୟାନ ରେକର୍ଡ କରିଥିଲେ । Post navigation ୫ ଟି ବିଭାଗର ୮୧୨ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୁବଶୀଘ୍ର ରାଜ୍ୟରେ ପୂରଣ ହେବ ୫,୮୨୨ ଡାକ୍ତର ପଦବୀ