ଗତକାଲି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନକୁ ନେଇ ପିଟିସନ ଦାଖଲ କଲେ ପୂର୍ବତନ ବିଧାୟିକା ଦୀପାଳି ଦାସ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିଜୟକୁ ଅସିଦ୍ଧ ଘୋଷଣା ପାଇଁ କରିଛନ୍ତି ଆବେଦନ । ନାମାଙ୍କନ ବେଳେ ଶ୍ରୀ ତ୍ରିପାଠୀ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଓ ଏଥିରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି । ମିଥ୍ୟା ସତ୍ୟପାଠ ଦେଇଥିବାରୁ ଜନ ପ୍ରତିନିଧି ଆଇନ ଅନୁସାରେ ଶ୍ରୀ ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।

ସୂଚନା ମୁତାବକ, ଚଳିତବର୍ଷ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ାରେ ବିଜେପି ପ୍ରାର୍ଥୀ ଟଙ୍କଧର ବିଜେଡି ପାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ଖଣ୍ଡ ଭୋଟରେ ହରାଇ ବିଜେତା ହୋଇଥିଲେ । ହେଲେ ଏହି ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଦୀପାଳି ଇଭିଏମ୍‌ ଯାଞ୍ଚ ଏବଂ ଭେରିଫିକେଶନ ପାଇଁ ଲାଗି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହାକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *