ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ଶେଷ ହୋଇଥିବା ବେଳେ କେତେକ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ସେଥିମଧ୍ୟରୁ ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି। ଭାରତୀୟ ସଶସ୍ତ୍ର ବାହିନୀରେ କାର୍ଯ୍ୟକାଳ ପରେ ମୁକ୍ତ ହେବାକୁ ଥିବା ଅଗ୍ନିବୀରଙ୍କ ପାଇଁ ଚାକିରି ସଂରକ୍ଷଣ ଘୋଷଣା କରିଛି ଓଡ଼ିଶା କ୍ୟାବିନେଟ୍। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି। ବର୍ଷେ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ। ପୋଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସ୍ଥାନ ସଂରକ୍ଷଣ କରାଯାଇଛି।

Leave a Reply

Your email address will not be published. Required fields are marked *