ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ଚାରିଆଡ଼େ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜନତା ମଇଦାନରେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ୫୦ ଜଣିଆ ଅଧିକାରୀଙ୍କ ସୂଚୀ ପ୍ରସ୍ତୁତ କରାଯାଇଛି। ଏହି ଅଧିକାରୀମାନେ ଭିଡ଼ ନିୟନ୍ତ୍ରଣ ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବେ। କିନ୍ତୁ ଦାୟିତ୍ୱ ଦିଆଯାଇଥିବା ୫୦ ଜଣିଆ ଅଧିକାରୀଙ୍କ ମଧ୍ୟରୁ ଓଏଏସ୍‌ ଅଫିସର ସ୍ବର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଛି।

ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅଧୀନସ୍ଥ ସାଧାରଣ ପ୍ରଶାସନ(ଜିଏ) ବିଭାଗ ଜଣେ ମୃତ‌ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟପାଲଟିଛି।

ସୂଚନଯୋଗ୍ୟ: ଗତ ୨୦୨୩ ଜୁଲାଇ ୧୮ ତାରିଖରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ଘଟିଥିଲା। କଟକରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ମାତ୍ର ବିଭାଗ ତାଙ୍କୁ ଓକାକ୍‌ରେ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିଚାଳନା ଦାୟିତ୍ୱ ପ୍ରଦାନ କରିଥିଲା ।

ତେବେ ଏହି ତାଲିକାରେ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ଦିଆଯାଇଥିବା ୫୦ ଜଣିଆ ଅଧିକାରୀଙ୍କ ମଧ୍ୟରୁ ସ୍ୱର୍ଗତ ଓଏଏସ୍‌ ପ୍ରବୋଧ କୁମାର ରାଉତଙ୍କ ନାଁକୁ ହଟାଯାଇଛି ଓ ଅନ୍ୟ ଅଧିକାରୀଙ୍କୁ ସେ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *