ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜେଡି କଳି। ବିଜେଡ଼ି ନେତ୍ରୀ ଶ୍ରୀମୟୀଙ୍କୁ ଦଳରେ ଅଣଦେଖାକୁ ନେଇ ପରୋକ୍ଷରେ ମୁହଁ ଖୋଲୁଥିବା ବେଳେ ଆଜି ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟ ରହିଛି ବୋଲି କହିଛନ୍ତି ଦେବାଶିଷ ।

ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି । ଟିକେଟ୍ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ୍ ଦିଆଗଲାନି । ସେ ଯାହା ବି କହିଛନ୍ତି ସବୁ ଠିକ୍ । ଶ୍ରୀମୟୀ ମିଶ୍ରଙ୍କୁ ଦଳରେ ନିର୍ଯ୍ୟାତନା ଦିଆଯାଇଛି । ତାଙ୍କୁ ଟିକେଟ୍ ଦେବାକୁ କହି ବୁଲାଇଲେ । ସମସ୍ତ ଏମ୍ଏଲ୍ଏ ମାନଙ୍କୁ କୁହାଗଲା ସେ ଦଳର ପ୍ରାର୍ଥୀ । କିନ୍ତୁ ତାଙ୍କୁ ଟିକେଟ୍ ଦିଆଗଲାନି । ଶ୍ରୀମୟୀଙ୍କ ଦଳରେ ଅଣଦେଖା କରାଗଲା । ତାଙ୍କ କଥା କେହି ଆଉ ଶୁଣିଲେ ନାହିଁ । ସେ ଯେତେବେଳେ ଯାହା କହିଛନ୍ତି ସବୁବେଳେ ଠିକ୍ କହିଛନ୍ତି ।

ଏହା ସହ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡକୁ ନେଇ ମୁହଁ ଖୋଲିଛନ୍ତି ଦେବାଶିଷ । ସେ କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ କରିବା ଠିକ୍ ନୁହେଁ । ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି । ପ୍ରଫୁଲ ମଲ୍ଲିକଙ୍କୁ ବିଜେଡିରୁ ସସ୍‌ପେଣ୍ଡ କରିବା ଭୁଲ୍ ନିଷ୍ପତ୍ତି । ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି । ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ ।

Leave a Reply

Your email address will not be published. Required fields are marked *