ଆନ୍ଧ୍ର ପଥର ଖଣି ଦୁର୍ଘଟଣାରେ ୬ ଓଡ଼ିଆଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମର ୪, ଗଜପତିର ୨ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନୁକମ୍ପା ରାଶି ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୂଚନା ଯୋଗ୍ୟ; ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲା ବାଲିକୁରୁମା ପଥର ଖାଦାନରେ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ବଡ଼ ବଡ଼ ପଥର ଖସି ପଡ଼ିଥିଲା। ପଥର ଧସିବା ସମୟରେ ଘଟଣାସ୍ଥଳରେ ୧୬ ଜଣ ଶ୍ରମିକ ଉପସ୍ଥିତ ଥିଲେ। ଶ୍ରମିକମାନେ ଭଗ୍ନାବଶେଷ ତଳେ ଫସି ରହିଥିଲେ। ପଥର ଭୁଶୁଡ଼ି ପଡ଼ିବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦଶ ଜଣ ଗୁରୁତର ଆହତ ହୋଇଥିଲେ। ଏହାପରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି । Post navigation ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା; ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ପଡ଼ିବ ମହାଙ୍ଗା: ଅଳକା ଲାମ୍ବା