କିଟ୍ ବିଶ୍ୱବିଦ୍ୟାଳୟର ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛି ରାଜ୍ୟ ସରକାର । ନ୍ୟାୟ ଦେବା ସହ କିଟ୍ କଲେଜ ପରିସରରେ ଶାନ୍ତି ଫେରାଇ ଅଣାଯିବା ପାଇଁ ନେପାଳର ଦୁଇ ପ୍ରତିନିଧି ସଂଜୀବ ଦାସ ଶର୍ମା ଓ ନବୀନ ରାଜ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ମୃତ କିଟ୍ ଛାତ୍ରୀ କେବଳ ନେପାଳର ଝିଅ ନୁହେଁ, ଓଡ଼ିଶା ମାଟିର ମଧ୍ୟ ଝିଅ । ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ । ବସୁଧୈବ କୁଟୁମ୍ବକମ ବିଚାରରେ ବିଶ୍ୱାସ ରଖେ ଏହି ଓଡ଼ିଶା ମାଟି । ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ସହିତ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଆମ ସରକାର ତତ୍ପର ଅଛନ୍ତି। ନେପାଳ-ଭାରତ ସୁସମ୍ପର୍କ ଅକ୍ଷୁର୍ଣ୍ଣ ରହିବ ବୋଲି ଆମର ବିଶ୍ୱାସ । ଏହି ସମ୍ବେଦନଶୀଳ ମୁହୂର୍ତ୍ତରେ କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ଏବଂ ବୈଦେଶିକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । କିଟ୍ ବିଶ୍ୱବିଦ୍ୟାଳୟରେ ଘଟିଥିବା ଦୁର୍ଭାଗ୍ୟଜନକ ପରିସ୍ଥିତି ସମ୍ବନ୍ଧରେ ରାଜ୍ୟ ଅତିଥି ଭବନରେ ନେପାଳର ଦୁଇ ପ୍ରତିନିଧି ସଂଜୀବ ଦାସ ଶର୍ମା ଓ ନବୀନ ରାଜ ଅଧିକାରୀଙ୍କ ସହ ଆଲୋଚନ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ରହିଥିଲେ ଏହା ବ୍ୟତୀତ, ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ଆରଜୁ ରାଣା ଦେଉବା ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହିତ ଫୋନ ଜରିଆରେ ଏ ନେଇ ସବିଶେଷ ଆଲୋଚନା ମଧ୍ୟ କରିଛନ୍ତି । ଏହା ଏହା ଭିଡ଼ିଓ କଲ ମାଧ୍ୟମରେ ଘଟଣାର ନିରପେକ୍ଷ ତଦନ୍ତ ସହିତ ନେପାଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଚନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ। Post navigation କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା: ଲୋୟର ପିଏମ୍ଜିରେ ଏବିଭିପିର ବିକ୍ଷୋଭ କିଟ୍ ପକ୍ଷରୁ ପ୍ରକୃତିଙ୍କ ନାମରେ ମେଧାବୃତ୍ତି ଘୋଷଣା