ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଉଦ୍ଧାର ହୋଇଛି ମୃତଦେହ। ମୃତକ ଖଣ୍ଡୁଆଳ ବସ୍ତିର ସନାତନ ରାଉତ। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତକଙ୍କ ବୟସ ୩୩ ବୟସ। ଲିଙ୍ଗରାଜ ଷ୍ଟେସନ ରୋଡ଼ ପାଖରେ ଛିଡା ହୋଇ ଶ୍ରମିକ ଭାବେ କାମ କରନ୍ତି । ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ସିସିଟିଭିକୁ ଯାଞ୍ଚ କରାଯାଇଛି । ସେ ଶ୍ରମିକ କାମ କରନ୍ତି। ସନାତନ ଗତକାଲି କାମ ସାରି ଆଉ ଘରକୁ ଫେରନଥିଲେ। ଆଜି ସକାଳେ ଲିଙ୍ଗରାଜ ଷ୍ଟେସନ ନିକଟରେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ତାଙ୍କ ପରିବାରକୁ ସୂଚନା ଦେଇଥିଲେ। କ୍ଷତବିକ୍ଷତ ଅବସ୍ଥାରେ ସନାତନଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। Post navigation ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ ଭିଜିଲାନ୍ସ ଜାଲରେ ଏଏସଆଇ