ସୃଷ୍ଟି ହେଲା ବାତ୍ୟା ‘ସେନୟାର୍’। ମାଲାକ୍କା ପ୍ରଣାଳୀ ଓ ତତ୍ ସଂଲଗ୍ନ ଉତ୍ତର ପୂର୍ବ ଇଣ୍ଡୋନେସିଆ ମଧ୍ୟରେ ଏହି ବାତ୍ୟା ‘ସେନୟାର୍ ‘ ସୃଷ୍ଟି ହୋଇଛି । ମାଲାକ୍କା ପ୍ରଣାଳୀ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହୋଇଛି । ଆଜି ଇଣ୍ଡୋନେସିଆ ଉପକୂଳକୁ ପୂର୍ବାହ୍ନରେ ଅତିକ୍ରମ କରିବା ସମ୍ଭାବନା ରହିଛି।

ବାତ୍ୟା ସେନୟାର୍ ଇଣ୍ଡୋନେସିଆର କୁତ୍ ମକମୁର ଠାରୁ ପୂର୍ବରେ ୧୦୦ କିମି ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କିମି ଦୂରରେ ରହିଛି । ଏହା କ୍ରମେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ପୂର୍ବ ଦିଗରେ ଗତି କରିବ । ସେହିପରି ଅନ୍ୟ ଏକ ସିଷ୍ଟମରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଓ ଭାରତ ମହାସାଗର ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇଛି ।

ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ୱେଲ୍ ମାର୍କଡ୍ ଲୋ ପ୍ରେସର୍ ଓ ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅବପାତର ରୂପ ନେବ । ତେବେ ଏହି ଦୁଇଟି ସିଷ୍ଟମ ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ପକାଇବନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହି ବାତ୍ଯା ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହୋଇପାରେ। ତେବେ ବାତ୍ଯା ସମ୍ପର୍କରେ ଆହୁରି ସୂଚନା ଆସନ୍ତାକାଲି ସ୍ପଷ୍ଟ ହେବ

Leave a Reply

Your email address will not be published. Required fields are marked *