ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ‘ମୋନ୍ଥା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଲା ‘ମୋନ୍ଥା’ । ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି ବାତ୍ୟା ମୋନ୍ଥା । ମଛଲିପଟନମ ଠାରୁ ୧୯୦, କାକିନାଡ଼ା ଠାରୁ ୨୭୦ କିମି ଦୂରରେ ରହିଛି ।ଗୋପାଳପୁର ଠାରୁ ୫୭୦ କିମି ଦୂରରେ ‘ମୋନ୍ଥା’ । ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’ । ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ ‘ମୋନ୍ଥା’ । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ । ଏହା ପୂର୍ବରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଗଜପତି, ଗଞ୍ଜାମ ଠାରୁ ଆରମ୍ଭ କରି କଟକ, ଭୁବନେଶ୍ୱର ଯାଏଁ ବର୍ଷା ଲାଗି ରହିଛି । ବାତ୍ୟାର ମୋନ୍ଥାର ପ୍ରଭାବ ବିଶେଷକରି ଉପକୂଳବର୍ତ୍ତୀ ଏବଂ ଦକ୍ଷିଣ ଓଡ଼ିଶା ଉପରେ ପଡ଼ିବ । ଆଇଏମଡିର ଆକଳନ ଅନୁଯାୟୀ ବାତ୍ୟା ମୋନ୍ଥା ଛତିଶଗଡ଼ ଦେଇ ଅତିକ୍ରମ କରିବ । ତେଣୁ ଓଡ଼ିଶା ଉପରେ ପ୍ରଭାବ କମ ରହିବ । ତଥାପି ଏହି ସମୟରେ ପବନ ବେଗ ଅପେକ୍ଷା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । Post navigation India Maritime Week 2025: ଇଣ୍ଡିଆ ମେରିଟାଇମ୍ ୱିକ୍ – ୨୦୨୫ ରେ ଓଡିଶାର ସାମୁଦ୍ରିକ ଦୃଷ୍ଟିକୋଣ ପ୍ରଦର୍ଶନ Padmini Dian Hospitalized: ଭୋଜି ଖାଇ ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନଙ୍କ ସମେତ ୩ ଗୁରୁତର, ଜଣେ ମୃତ