ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋନ୍ଥା’ । କାକିନାଡ଼ା ଠାରୁ ୬୮୦ କିମି ଦୂରରେ ଅବସ୍ଥିତ ‘ମୋନ୍ଥା’। ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ‘ମୋନ୍ଥା’। ଆସନ୍ତା ୧୨ ଘଣ୍ଟା ମଧ୍ଯରେ ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ‘ମୋନ୍ଥା’। କାଲି ସଂଧ୍ୟା କିମ୍ବା ରାତିରେ ଲ୍ୟାଣ୍ଡଫଲ୍ କରିବ ‘ମୋନ୍ଥା’। ମଛଲିପଟନମ ଓ କଳିଙ୍ଗପଟନମ ମଝି କାକିନାଡ଼ା ଦେଇ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ଆକଳନ କରାଯାଇଛି। ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ୨୮ ତାରିଖ ସୁଦ୍ଧା ବାତ୍ୟା ରୂପ ନେବାକୁ ଯାଉଥିବା ବେଳେ ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶା ଓ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବି ପ୍ରବଳ ବର୍ଷିବ। ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ,କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପଟେ ଆଜିଠୁ ୩୧ ଯାଏ ସମୁଦ୍ରରେ କେହି ନ ରହିବାକୁ ନିର୍ଦେଶ ଦିଆଯାଇଛି । ୩୦ ଯାଏ ବାତ୍ୟାର ପ୍ରଭାବ ଅଧିକ ରହିବ । ତେବେ କେଉଁଠି ଲ୍ୟାଣ୍ଡଫଲ ହେବ ତାହା ମଧ୍ୟ ଜଣାପଡ଼ିନି। ତେବେ ବାତ୍ୟା ପାଇଁ ପାଗ ଅନୁକୁଳ ରହିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । Post navigation Preetismita Bhoi sets World Record: ୟୁଥ୍ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ରେକର୍ଡ କଲେ ପ୍ରୀତିସ୍ମିତା ଭୋଇ Next CJI: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ