2-day-school-holiday-declared-in-khordha, puri, Nayagarh
ବାତ୍ୟା ପାଇଁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲା ଗୁଡିକରେ ସ୍କୁଲ ସହ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ୨୮ ଓ ୨୯ ତାରିଖରେ ଛୁଟି ରହିବ ବୋଲି ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
 
ବାତ୍ୟା ପାଇଁ ସରକାରୀ, ବେସରକାରୀ, କେନ୍ଦ୍ରୀୟ, ନବୋଦୟ ସମସ୍ତ ସ୍କୁଲ ଛୁଟି ରହିବ । ପିଲା ନ ଆସିଲେ ବି ଲୋକଙ୍କ ଆଶ୍ରୟ ପାଇଁ ସ୍କୁଲ୍‌ ଖୋଲା ରହିବ । ସ୍କୁଲ୍‌ର ଶିକ୍ଷକମାନେ ଏହାର ତଦାରଖ କରିବେ ।
 
ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍କୁଲ ବନ୍ଦ ରହିବ । ଏହା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
 
 

By Nirvay

Leave a Reply

Your email address will not be published. Required fields are marked *