ବଙ୍ଗୋବସାଗରରେ ବାତ୍ୟା ସମ୍ଭାବନା। ଲଘୁଚାପ ପରେ ବଢିଲା ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ପକ୍ଷରୁ ଜାରି ହୋଇଛି ବାତ୍ୟାର ଗତି ପଥ ।

ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫ଟା୩୦ ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୪ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ୨୭ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା ।

ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଘନୀଭୂତ ହୋଇ କାଲି ସୁଦ୍ଧା ଅବପାତର ରୂପ ନେବ । ଏହାପରେ ୨୬ ସୁଦ୍ଧା ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଥିବା ବେଳେ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି ।

ସେହିପରି ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି ଲଘୁଚାପ ଅଧିକ ଘନୀଭୂତ ହୋଇ ଅତିବେଶୀରେ ବାତ୍ୟା ରୂପ ନେଇପାରେ। ବଡ ଆକାରରେ ନହେଲେ ବି ଛୋଟଧରଣର ବାତ୍ୟା ହେବା ଥୟ। ହେଲେ ଏନେଇ ଆଇଏମଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଅକ୍ଟୋବର ଶେଷ ହୋଇନଥିବାରୁ ଏବେ ବି ବାତ୍ୟା ଭୟ ରହିଛି।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରାଯାଇଛି । ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଏହାରି ପ୍ରଭାବରେ ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୮ ଓ ୨୯ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ ।

Leave a Reply

Your email address will not be published. Required fields are marked *