ରଜରେ କଟକ ଗୋପାଳପୁର ଅଞ୍ଚଳରେ ଅଘଟଣ ଘଟିଛି। ଜବତ ବୋମା ନିଷ୍କ୍ରିୟ କଲା ବେଳେ ନିଷ୍କ୍ରିୟକାରୀ ପୁଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁଲିସ ଜବତ କରିଥିବା ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ ଫୁଟିଥିଲା। ବୋମା ନିଷ୍କ୍ରିୟ କରୁଥିବା ହାବିଲଦାର ଗୁରୁତର ହେବାରୁ ତାଙ୍କୁ ଏସସିବିକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ହାବିଲଦାର ହେଲେ ପ୍ରଦୀପ କୁମାର ମଲ୍ଲିକ। ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ଏସସିବି ମେଡିକାଲର ଟ୍ରମା କାଜୁଆଲଟିରେ ଭର୍ତ୍ତି ହୋଇଛନ୍ତି।

କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଏହି ଜବତ ବୋମା ରଖାଯାଇଥିଲା। ଜବତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ ନଦୀପଠାରୁ ଅଣାଯାଇଥିଲା। ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବୋମା ଫୁଟି ଯାଇଥିଲା ଓ ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି। ବୋମାଗୁଡ଼ିକରେ ନିଆଁ ଲଗାଯାଇଥିଲା ବୋଲି ସୂଚନା ମିଳିଛି। ହେଲେ କଟକ ଏଡିସିପି ଅନୀଲ ମିଶ୍ର କହିଛନ୍ତି ଯେ ତାହା ବୋମା ନଥିଲା ବାଣ ଥିଲା। ତେବେ କେଉଁ ପରିସ୍ଥିତିରେ ଏସବୁକୁ ନିଷ୍କ୍ରିୟ କରାଯାଉଥିଲା ତାହାର ତଦନ୍ତ ହେବ। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସାଇଣ୍ଟିଫିକ୍‌‌ ଟିମ୍‌‌ ପହଞ୍ଚି ଯାଞ୍ଚ କରୁଛନ୍ତି।

Leave a Reply

Your email address will not be published. Required fields are marked *