ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରକୁ ମିଳିବନି ଜାତୀୟ ମାନ୍ୟତା । ଏନେଇ ଆଜି ବିଧାନସଭା ଗୃହରେ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ପଚାରିଥିବା ପ୍ରଶ୍ନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅନୁଗ୍ରହ କରି କହିବେ କି ? କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ଗନ୍ତାଘର ହେଉଛି କଟକ ବାଲିଯାତ୍ରା। ଦୀର୍ଘବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ପ୍ରଦାନ କରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ? ଏହାର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି କୌଣସି ପର୍ବ, ଉତ୍ସବ, ମେଳା ଇତ୍ୟାଦିକୁ ଜାତୀୟ ଉତ୍ସବର ମାନ୍ୟତା ଦେବାର କୌଣସି ବ୍ୟବସ୍ଥା ନାହଁ । Post navigation କିଟ୍ ମାମଲା: ଆଉ ୩ ଜଣଙ୍କୁ ଉଚ୍ଚସ୍ତରୀୟ କମିଟି ଆଗରେ ହାଜିର ପାଇଁ ଜାରି ହେଲା ନୋଟିସ୍ ବଦଳିବନି ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ