CRPF Jawan Shoots Self With Service Gun in Nuapada
ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲାରେ ।
 
ସୁନାବେଡ଼ା ଅଭୟାରଣ୍ୟ ଢେକୁନ୍‌ପାନି CRPF କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଡ୍ୟୁଟିରେ ଥିବା ବେଳେ AK-47 ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଛନ୍ତି ଯବାନ ।
 
ମୃତ ଯବାନ ଜଣକ ହେଲେ ଗୋପୀନାଥ ସାବର । ମୃତକଙ୍କ ଘର ଖଡ଼ିଆଳ ଘରଧରା ଗାଁରେ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ନୂଆପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

By Nirvay

Leave a Reply

Your email address will not be published. Required fields are marked *