crime-branch-probes-petrol-link-in-fm-college-student-death-case
ବାଲେଶ୍ୱର, ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ମିଳିଛି ନୂଆ ସୁରାକ୍ । ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା, ଏବଂ କିଏ ଆଣିଲା, ସେ ନେଇ କିଛି ସୁରାକ୍ ମିଳିଥିବା କୁହାଯାଉଛି ।
 
ବାଲେଶ୍ୱର ଏଫଏମ କଲେଜ ନିକଟସ୍ଥ ତାରିଣୀ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଘଟଣା ଦିନ ଜଣେ ଯୁବତୀ ବ୍ୟାଟେରି ଚାଳିତ ସ୍କୁଟରରେ ଆସି ପ୍ଲାଷ୍ଟିକ ବୋତଲରେ ଏକ ଲିଟର ପେଟ୍ରୋଲ ନେଇଥିବା ସୂଚନା ମିଳିଛି । ସିସିଟିଭି ଫୁଟେଜ୍ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଥିବା କୁହାଯାଉଛି ।
 
ତେବେ ଯୁବତୀ ଜଣକ କିଏ ଓ ସେ କେଉଁ ଉଦ୍ଦେଶ୍ୟରେ ପେଟ୍ରୋଲ କିଣିଥିଲେ, ଏ ଦିଗରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି ।
 

By Nirvay

Leave a Reply

Your email address will not be published. Required fields are marked *