OTET Exam Date rescheduled to July 5

ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା କରୁଛି କ୍ରାଇମବ୍ରାଞ୍ଚ । ବୋର୍ଡ ଅଫିସ୍‌ର ଜଣେ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡିଛି । ଗତକାଲି ରାୟଗଡ଼ା ଜିଲ୍ଲାରୁ ଜଣେ ଶିକ୍ଷକଙ୍କୁ ଉଠାଇ ନେଇଥିବା ବେଳେ ଆଜି ଜଣେ ବୋର୍ଡ ଅଫିସରେ ଜଣେ କର୍ମଚାରୀଙ୍କୁ ଉଠାଇ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ।

ସୂଚନା ଯୋଗ୍ୟ; ଓଟିଇଟି ପ୍ରଶ୍ନପତ୍ର ଲିକ ଯୋଗୁଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।ସ୍ଥାନୀୟ ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଗତକାଲି ଉଠାଇ ନେଇଥିଲା। ଏହା ପରେ ଆଜି ବୋର୍ଡ ଅଫିସ୍‌ର ଜଣେ କର୍ମଚାରୀଙ୍କୁ ଉଠେଇ ନେଇ ଜେରା କରୁଥିବା ଜଣାପଡିଛି ।

By Nirvay

Leave a Reply

Your email address will not be published. Required fields are marked *