ପୁରୀ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା ପ୍ରସ୍ତୁତି କରୁଥିବା କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି ସ୍ୱର୍ଗଦ୍ୱାରରେ ଶବ ଦାହ ସମୟରେ ଘସି ବ୍ୟବହାର ହେବ। ଶବଦାହ କରିବା ପାଇଁ ଗୋବର ଭିତ୍ତିକ ଜୈବ ଇନ୍ଧନ ବ୍ୟବହାର କରିବାକୁ ଚିନ୍ତା କରିବାକୁ ଆମେ ଲୋକଙ୍କୁ ଅନୁରୋଧ କରିବୁ। ହିନ୍ଦୁ ଧାର୍ମିକ ପ୍ରଥା ଅନୁଯାୟୀ ଏହା ‘ମୋକ୍ଷ’ ପ୍ରାପ୍ତିରେ ମଧ୍ୟ ସହାୟକ ହୋଇପାରେ। ତେବେ ଏହା କାଠ ତୁଳନାରେ ପରିବେଶ ଉପରେ କମ୍ ପ୍ରଭାବ ପକାଇବ ।ଏହା ଉପରେ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ବିଚାର ବିମର୍ଶ କରି ପଦକ୍ଷେପ ନେବେ ସରକାର। ଗୋ ମୁତ୍ର ଓ ଗୋବରର ସଦୁପଯୋଗ ପାଇଁ ସରକାର ଚିନ୍ତା କରିଥିବାରୁ ଏହି ଭଳି ପଦକ୍ଷପ ନିଆଯାଇଛି । ଏବେ ଏ ସମ୍ପର୍କରେ ସ୍ୱର୍ଗଦ୍ୱାରର କମିଟି ସହ ଆଲୋଚନା କରାଯିବ । ଏହା ପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ଗୋଶାଳା କରିଥିବା ବ୍ୟକ୍ତିଙ୍କ ସହ ଆଲୋଚନା ହେବ । ଖୁବଶୀଘ୍ର ବିଚାରବିମର୍ଶ କରି ସରକାର ପଦକ୍ଷେପ ନେବେ । ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଉ ମଧ୍ୟ କହିଛନ୍ତି ସୁରକ୍ଷା, ଗୋ ମୂତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠନ ହେବ କମିଟି । ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ଏଥିରେ ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ । ଆଲୋଚନା ପରେ ସେହି ଅନୁଯାୟୀ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି ସରକାର| Post navigation ଗର୍ଭବତୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ; ଚାଲିଗଲା ନିଷ୍ପାପ ଶିଶୁର ଜୀବନ ଆଜି ନିର୍ବାଚନ ହେଲେ ୧୪୦ ସିଟ୍ ଜିତିବ ବିଜେଡ଼ି: ପ୍ରମିଳା ମଲ୍ଲିକ