ଆଜି ବିଧାନସଭା ଗୃହରେ ଉଠିଲା କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପ୍ରସଙ୍ଗ । କୋଭିଡ୍‌ ସମୟରେ ହୋଇଥିବା ଲକ୍‌ଡାଉନ୍‌ ବେଳେ ଘରେ ଭିତରେ ଲୋକେ ବନ୍ଦ ହୋଇ ରହୁଥିବା ବେଳେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ବାହାରି ପଡ଼ୁଥିଲେ ସାମ୍ୱାଦିକ । କରୋନା ମୁକାବିଲା ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପକୁ ଲୋକଙ୍କ ନିକଟରେ ପହଞ୍ଚାଉଥିବେ ସାମ୍ବାଦିକମାନେ। ଲୋକଙ୍କୁ ସଚେତନ କରୁ କରୁ ଓ ସାମ୍ୱାଦିକତାର ଧର୍ମ ପାଳନ ଭିତରେ ବହୁ ସାମ୍ୱାଦିକ କୋଭିଡ୍‌ ସଂକ୍ରମଣର ଶିକାର ହୋଇଛନ୍ତି । କରୋନା ମହାମାରୀରେ ରାଜ୍ୟରେ ୫୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ମହାମାରୀରେ ପ୍ରାଣ ହରାଇଥିବା ୫୦ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଏବଂ ଭୁବେନେଶ୍ବରରୁ ଯାଇଛି ୮ ସାମ୍ବାଦିକଙ୍କ ଜୀବନ ଓ ସୁନ୍ଦରଗଡ଼ରୁ ୪ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ସେହିପରି ୪୯ ଜଣ ସାମ୍ବାଦିକଙ୍କ ପରିବାରକୁ ମୃତ୍ୟକାଳୀନ ସହାୟତା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *