ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଁରେ ବିଜେପି ଓ ତା’ର ସହଯୋଗୀ ଦଳର ନେତାମାନେ ବିବାଦୀୟ ମନ୍ତବ୍ୟ ଅଭିଯୋଗ ଘଟଣାରେ ସାରା ଦେଶରେ କଂଗ୍ରେସର ପ୍ରତିବାଦ ଆରମ୍ଭ ହୋଇଛି । ସେହିପରି ବିବାଦୀୟ ମନ୍ତବ୍ୟ ଅଭିଯୋଗ ବିରୋଧ କରି ରାଜ୍ୟ କଂଗ୍ରେସ କର୍ମୀ ପ୍ରତିବାଦରେ ଆଜି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନ କରିବା ସହ ଖାରବେଳନଗରରେ ଥାନାରେ ଏତଲା ଦେବେ କଂଗ୍ରେସ କର୍ମୀ ।

ଅନ୍ୟପଟେ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ  କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ବ୍ୟାରିକେଡ ଟପିବାକୁ ଉଦ୍ୟମ ବେଳେ ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିବାର ସୂଚନା । ବିକ୍ଷୋଭବେଳେ ବ୍ୟାରିକେଡ ଡେଇଁବା ପାଇଁ ଉଦ୍ୟମ କରିବାବେଳେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ମହମ୍ମଦ ମୋକିମ, ଶରତ ରାଉତ ଓ ନବଜ୍ୟୋତିଙ୍କୁ ଅଟକ ରଖାଯାଇଛି ।

ସୂଚନଯୋଗ୍ୟ; ରାଜ୍ୟସଭା ସାଂସଦ ଅନିଲ ବୋଣ୍ଡେ କହିଛନ୍ତି, ରାହୁଲଙ୍କ ଜିଭ କାଟିଦେବା ଦରକାର, କାରଣ ସେ ସଂରକ୍ଷଣ ବିଷୟରେ ଯାହା କହୁଛନ୍ତି, ତାହ ବିପଦଜନକ।ତାଙ୍କ ପରେ ଶିବସେନା(ସିନ୍ଦେ ଗୋଷ୍ଠୀ) ବୁଲଢାଣା ବିଧାୟକ ସଞ୍ଜୟ ଗାଏକଓ୍ବାଡ କହିଥିଲେ ଯିଏ ଏଭଳି କରିବ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ।

 

Leave a Reply

Your email address will not be published. Required fields are marked *