ବେଳ ଖରାପ ପଡିଲେ ତନ୍ତ୍ରମନ୍ତ୍ରଯନ୍ତ୍ର କିଛି କାମ ଦିଏନି । କ୍ଷମତା ବି କଉଁ କାମକୁ ଆସେନି । କ୍ଷମତା ବଳରେ ଆଉ କାହାକୁ ଦହଗଞ୍ଜ ଦେଇହୁଏ । ହଇରାଣ ହରକତ କରିହୁଏ । ଜନବିରୋଧୀ କହି କାହାକୁ ଜେଲ ପଠାଯାଇପାରେ । କିନ୍ତୁ ବେଳ ଯେତେବେଳେ ଖରାପ ପଢିବ ସବୁ ଷଡଯନ୍ତ୍ର ହୋ ହେଇଯିବ । ଠିକ ଯେମିତି ହେଲା ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ । ପାଣ୍ଡିଆନଙ୍କ ସବୁ ଷଡଯନ୍ତ୍ର ଏକାବେଳକେ ଧୋଇଗଲା । ପାଣ୍ଡିଆନ ମୂହଁ ଲୁଚେଇ ନିବାସରେ ଅଛନ୍ତି । କିନ୍ତୁ ପାଣିଗ୍ରାହୀ ଛାତି ଫୁଲେଇ ଚାଲୁଚନ୍ତି। ପାଣ୍ଡିଆନଙ୍କ ଯୋଗୁ ସେ ସାଂସଦ ବନିଯାଇଛନ୍ତି। ଏହାକୁ କୁହନ୍ତି ଭାଗ୍ୟର ଖେଳ । ଗଞ୍ଜାମରେ ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ ପୂର୍ବରୁ ଜିଲାପାଳ ଥିଲେ ପାଣ୍ଡିଆନ । ପାଣିଗ୍ରାହୀ ମନ୍ତ୍ରୀ । ପାଣ୍ଡିଆନ ସରକାରୀ ଅଫିସର । ଗଞ୍ଜାମରେ ନବୀନଙ୍କ ପରେ ଧର୍ମପୁଅ ଭାବେ ରାଜନୀତି ଆରମ୍ଭ କରିବାକୁ ମନଭିତରେ ଯୋଜନା ଥିଲା । ପାଣିଗ୍ରାହୀ ଥିବା ପର୍ଯ୍ୟନ୍ତ ସମ୍ଭବ ନୁହେଁ । ପ୍ରଥମେ ପାଣିଗ୍ରାହୀ ହିଁ ପାଣ୍ଡିଆନଙ୍କୁ କାର୍ତିକ ଡାକୁଥିଲେ । ଏହା ପାଣ୍ଡିଆନଙ୍କୁ ଆଦୌ ପସନ୍ଦ ନଥିଲା । ସମସ୍ତେ ସାର ଡାକନ୍ତି । ଏ ଲୋକଟା କାର୍ତିକ ଡାକିବ, ତାହା ପାଣ୍ଡିଆନ ସହି ପାରି ବେ କି ? ତେଣୁ ଭାବିଲେ ପାଣିଗ୍ରାହୀଙ୍କ ଲେଖା ଛିଡେଇ ଦେବେ। ଝିଅ ବାହାଘର ପାଇଁ ପାଣିଗ୍ରାହୀ ପରିବାର ରେଖି ହେଲା ବେଳକୁ ତାଙ୍କୁ ବାନ୍ଧି ପକାଇଲା କ୍ରାଇମବ୍ରାଞ୍ଚ ପୁଲିସ । ଆଗେ ବାନ୍ଧିଲେ ପରେ ଅଭିଯୋଗ ଆସିଲା । ଜେଲରୁ ମୁକୁଳିବା ପରେ ପାଣ୍ଡିଆନଙ୍କ ବିରୋଧରେ ଯୁଦ୍ଧ ଦେହି ଡାକରା ଦେଲେ । ଗୋପାଳପୁର ଜନଶୁଣାଣିକୁ ଯାଉଥିଲା ବେଳେ ପାଣିଗ୍ରାହୀଙ୍କ ଉପରେ ଶଙ୍ଖୁଆମାନେ ପ୍ରବଳ ଅଣ୍ଡା ଓ ଟେକାମାଜ କଲେ । ତାହାପୁଣି ପୂଲିସ ଉପସ୍ଥିତିରେ । କ୍ଷମତା ଅହଂକାରରେ ନବୀନ ବାବୁ ଅନ୍ଧ ଥିଲେ । କିନ୍ତୁ ସେଦିନ ଭାଗ୍ୟଦେବୀ ନିହାତି ହସୁଥିବେ। ପାଣ୍ଡିଆନ ଓ ନବୀନଙ୍କ ବେଳ ଖରାପ ପଡିଲା ବୋଲି ଜାଣିଥିବେ । ପାଣିଗ୍ରାହୀ ପଦ୍ମ ଧରିଲେ । ଲୋକସଭା ଆସନ ପାଇଁ ଲଢିଲେ । ଘୋଷଣା କଲେ ଯେ, ଗଞ୍ଜାମରେ ଶଙ୍ଖ ଦଳର ଲେଖା ଛିଡେଇ ଦେବି । ସତକୁ ସତ ତାହା ହେଲା । ନବୀନଙ୍କୁ ଛାଡି ଆଉ ସମସ୍ତେ ହାରିଲେ। ଶଙ୍ଖ ଦୁର୍ଗ ଛିନଛତର ହେଇଗଲା। Post navigation ଦିଲ୍ଲୀରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡବଲ ଇଞ୍ଜିନ ସରକାର ପରେ ବି ସିବିଆଇ ଟ୍ରେନ ଚାଲୁନି କାହିଁକି ?