ଆଜି କଂଗ୍ରେସ ଭବନଠାରେ ଏଆଇସିସି ମାନବିଧିକାର ସଂଘଟନ ପକ୍ଷରୁ ପ୍ରାୟ ୧୫ ଗୋଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ଶତାଧିକ ସ୍ୱେଛାସେବୀ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି ହ୍ୟୁମାନ ରାଇଟ୍ସ ଓଡିଶା ସଭାପତିଙ୍କ ଉପସ୍ଥିତିରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପିସିସି ସଭାପତି ଦାସ ହ୍ୟୁମାନ ରାଇଟ୍ସର ସଭାକୁ ଉଦବୋଧନ ଦେଇ କହିଲେ ଯେ ରାଜ୍ୟର ୨୦ ଲକ୍ଷ ହିତାଧିକାରୀ ପଟ୍ଟା ପାଇବା ପାଇଁ ହକଦାର ଅଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଇ ଅଧିକାର ସେମାନେ ପାଇ ନାହାନ୍ତି । ସରକାର ଲକ୍ଷ ଲକ୍ଷ ଏକର ଜମି କମ୍ପାନୀ ମାନଙ୍କୁ ଦେଉଥିବା ବେଳେ ଆଦିବାସୀ, ଅଣ ଆଦିବାସୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ଦେଉନାହିଁ । ଖଣି ଖାଦାନ ପାଇଁ ହଜାର ହଜାର ଲୋକଙ୍କୁ ବିନା ସରକାରୀ ଭରଣାରେ ନିଜ ଜଙ୍ଗଲ ଜମିରୁ ବିସ୍ଥାପିତ କରାଯାଉଛି ଏବଂ ଏଥିପାଇଁ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । ବେଆଇନ ବିସ୍ଥାପନ, ଉତ୍କଟ ବେକାରୀ ସମସ୍ୟା ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ଘୋର ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ପଡ଼ିବ ବୋଲି ହ୍ୟୁମାନ ରାଇଟ୍ସ ସ୍ୱେଛାସେବୀ ମାନଙ୍କୁ ପିସିସି ସଭାପତି ଦାସ ଆହ୍ୱାନ ଦେଇଛନ୍ତି । ସମସ୍ତଙ୍କ ସହଯୋଗରେ କଂଗ୍ରେସ ଶକ୍ତିଶାଳୀ ହୋଇ ପାରିବ । ସବଳ ହେଲେ ବିସ୍ଥାପିତ ଏବଂ ନାରୀଙ୍କ ପାଇଁ ଲଢ଼େଇ କରି ତାଙ୍କୁ ନ୍ୟାୟ ପ୍ରଦାନ କରିପାରିବା ବୋଲି ଦାସ କହିଛନ୍ତି । Post navigation ବିସ୍ଥାପିତଙ୍କ ପାଇଁ ଲଢିବ କଂଗ୍ରେସ: ଭକ୍ତ ଦାସ ହୋଟେଲ ପାର୍ଟିକୁ ନେଇ ବିବାଦରେ ଅଧିକାରୀ; ଆଇପିଏସ୍ ଦିପ୍ତେଶଙ୍କ ନାଁରେ ଇଡି ଓ ସିବିଆଇରେ ପିଟିସନ