ଦଳର ମର୍ଯ୍ୟାଦା ଏବଂ ରାଜ୍ୟ ସ୍ୱାର୍ଥ ପାଇଁ ଓଡ଼ିଶା କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲଢ଼ିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଭକ୍ତ ଦାସ ଯାଜପୁର ଗସ୍ତ ସମୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଦିନେ ଦୁଇ ଦିନ ଭିତରେ ନୀବନଙ୍କ ସହ ଭେଟଘାଟ ହେବ । ରାଜ୍ୟର ବୃହତ ସ୍ବାର୍ଥ ପାଇଁ ନବୀନଙ୍କ ସହ ଖୁବଶୀଘ୍ର ଭେଟଘାଟ ହେବ ।

ବିଜେଡି ଓ କଂଗ୍ରେସର ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଦେଉଛି । ସମ୍ଭାବନାକୁ ନେଇ ଚେଷ୍ଟା କରିବା ରାଜନୀତିରେ ଅପରାଧ ନୁହଁ। ଆମେ ଜାଣିଛୁ ଜିତିପାରିବୁନି, ଦଳର ମର୍ଯ୍ୟାଦା ପାଇଁ ଲଢ଼ିବୁ । ବିପକ୍ଷ ଦଳ ପାଇଁ ସୁଯୋଗ ଅଛି । ନବୀନଙ୍କ ସହ ଆଲୋଚନା କଲେ ଅନେକ କଥା ସାମ୍ନାକୁ ଆସିବ  ।

ସୂଚନା ଯୋଗ୍ୟ; ଆସନ୍ତା ଏପ୍ରିଲରେ ରାଜ୍ୟସଭାରେ ଓଡ଼ିଶାର ଚାରୋଟି ଆସନ ଖାଲି ହେବାକୁ ଯାଉଛି । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ଦୁଇଟି ଆସନ ହାତେଇବାକୁ ଅନୁମାନ କରାଯାଉଥିବା ବେଳେ ଦ୍ୱିତୀୟ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡ଼ି ଖାତାକୁ ଗୋଟିଏ ଆସନ ଯାଇପାରେ ବୋଲି ଜଣାପଡିଛି । କିନ୍ତୁ ଆଉ ଗୋଟିଏ ଆସନ ପାଇଁ କୌଣସି ଦଳର ଅଙ୍କ ଛିଡ଼ୁ ନାହିଁ । ଏହାରି ମଧ୍ୟରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଏ ନେଇ ଆଲୋଚନା ପାଇ ଭକ୍ତ ଦାସ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *