ମାର୍ଚ୍ଚ ୧୦ରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ନାରୀ ନିର୍ଯାତନାକୁ ବିରୋଧ କରି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେବ କଂଗ୍ରେସ । ଏନେଇ ଆଜି ସୂଚନା ଦେଇଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ସେ କହିଛନ୍ତି ଆସନ୍ତା ୧୦ ତାରିଖରେ କଂଗ୍ରେସ, ସବୁ ଜିଲ୍ଲାପାଳ ଏବଂ ଭୁବନେଶ୍ବର ଏଡିଏମ୍ ଅଫିସ ଆଗରେ କଳାପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବ । ନଅ ମାସର ସରକାରରେ ରାଜ୍ୟରେ ନାରୀ ଅସୁରକ୍ଷିତ । ରାଜ୍ୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ବଢୁଛି । ନାରୀ ସୁରକ୍ଷା ପାଇଁ ସରକାରର କୌଣସି ଯୋଜନା ନାହଁ କି ଆଇନ ନାହିଁ । ସରକାର ମହିଳା କି ଶିଶୁଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି । ରାଜ୍ୟସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ନାରୀ ଅସୁରକ୍ଷିତକୁ ନେଇ ସରକାରଙ୍କ ବିରୁଦ୍ଧରେ ଗର୍ଜିବ କଂଗ୍ରେସ । Post navigation ଗିରଫ ହେଲେ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି; ମିଳିଲା ପୁଳା ପୁଳା ଟଙ୍କା କିଟ୍ ମାମଲା: ଆଉ ୩ ଜଣଙ୍କୁ ଉଚ୍ଚସ୍ତରୀୟ କମିଟି ଆଗରେ ହାଜିର ପାଇଁ ଜାରି ହେଲା ନୋଟିସ୍