ଆମ୍ବଟାକୁଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଦଳ ବିଧାୟକ ରାମଚନ୍ଦ୍ର କାଡାମ ।ମନ୍ତବ୍ୟ ଅନୁଯାୟୀ, ଜୟନାରାୟଣମିଶ୍ରଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି । ଆଦିବାସୀ ମାନେ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଆନ୍ତି ନାହିଁ । ରାସନ ନ ପାଇଥିବାରୁ ଭୋକ ବିକଳ ରେ ଏପରି ଅଖାଦ୍ୟ ଖାଇବାକୁ ବାଧ୍ୟ ହୋଇଛନ୍ତି । ଆମ୍ବ ଟାକୁଆ କଦାପି ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ । ଅନାହାର ପାଇଁ ତାଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ପାଇଁ ସରକାର ସଠିକ ପଦକ୍ଷେପ ନେବା ଆବଶ୍ୟକ । ତିନି ମାସ ହେବ ଆଦିବାସୀଙ୍କ ପାଖରେ ରାସନ ପହଞ୍ଚି ନାହିଁ । ଇ-କେଓ୍ବାଇସି ନାଁରେ ଲୋକଙ୍କୁ ରାସନ ଦିଆଯାଇନାହିଁ । ରାସନ ନ ପହଞ୍ଚିବାରୁ ଲୋକ ଆମ୍ବ ଟାକୁଆ ଖାଉଛନ୍ତି । ଖାଦ୍ୟ ସୁରକ୍ଷା ପାଇଁ ଆଇନ ହୋଇଛି କିନ୍ତୁ ତାହା ବିଫଳ ହେଈଛି । ଲୋକ ଚାଉଳ ଖାଉନାହାନ୍ତି ବୋଲି କହି ବରିଷ୍ଠ ବିଧାୟକ ଭୁଲ୍ ତଥ୍ୟ ନ ଦିଅନ୍ତୁ । ତିନି ମାସ ହେବ ରାସନ ପହଞ୍ଚିନି । କିପରି ଲୋକଙ୍କ ପାଖରେ ରାସନ ପହଞ୍ଚିବ ବ୍ୟବସ୍ଥା କରିବା ଆବଶ୍ୟକ ନା କି ବୟାନ ବାଜି କରିବା ଉଚିତ । ସରକାର ଏଥିପ୍ରତି ଧ୍ୟାନ ନଦେଲେ ସରକାରଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ରାମଚନ୍ଦ୍ର କାଡାମ କହିଛନ୍ତି । Post navigation ଭାସ୍କର ରାଓଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ମୁଖ୍ୟ ଶାସନ ସଚିବ ଙ୍କ ଚିଠି ସରକାରଙ୍କ ଅପାରଗତା କୁ ଦର୍ଶାଉଛି : ବିଜେଡି