congress-names-ghasiram-majhi-as-candidate-for-nuapada-byelection
ନୂଆପଡା ବିଧାନସଭାର ଉପ-ନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିଛି । ଘାସିରାମ ମାଝୀଙ୍କୁ ଦଳର ପ୍ରାର୍ଥୀ ଭାବେ ଏଆଇସିସି ପକ୍ଷରୁ ନାମ ଘୋଷଣା କରାଯାଇଛି ।
 
ନୂଆପଡାରେ ଜଣେ ଆଦିବାସୀ ଚେହେରା ଭାବରେ ଘାସିରାମ ମାଝୀ ବେଶ୍ ଜଣାଶୁଣା । ୨୦୧୪ ଓ ୨୦୧୯ ରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ନିର୍ଵାଚନ ଲଢ଼ିଥିଲେ । ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ନ ମିଳିବାରୁ ସେ ସ୍ଵାଧୀନ ପ୍ରାର୍ଥୀ ହୋଇ ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ ।
 
ବିଜେଡି ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଛି । ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ଆସନରୁ ୪ ଥର ବିଧାୟକ ହୋଇଥିଲେ ।
 
ତେବେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା ରହିଛି । ଜୟ ଢୋଲକିଆ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁକୁ ବୁଲି ଜନସମର୍ଥନ ଜୁଟାଉଛନ୍ତି ।
 
ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ନଭେମ୍ୱର ୧୪ ତାରିଖରେ ଭୋଟ୍ ଗଣତି ହେବ ।
 
ଏଥି ପାଇଁ ରାଜ୍ୟର ତିନୋଟି ପ୍ରମୁଖ ଦଳ – ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ବିଜେଡି ଓ ବିଜେପି ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।
congress-names-ghasiram-majhi-as-candidate-for-nuapada-byelection

By Nirvay

Leave a Reply

Your email address will not be published. Required fields are marked *