ଭୁବନେଶ୍ୱର : ଓଡ଼ିଶାରେ ବିଜେଡି ବିଜେପିର ଦମଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସ ଟିକେ ପଛରେ ପଡି ଯାଇଛି । ସେଥିପାଇଁ ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆସିବେ ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବେ । ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ମେ ୨୬, ୨୭ ଓ ୨୮ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳ ପାଇଁ ପ୍ରଚାର କରିବେ ବୋଲି ଅଜୟ କୁମାର କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ମେ’ ୩ରେ ରାହୁଲ ଗାନ୍ଧି ରାୟଗଡ଼ା ଆସିବାର ଥିଲା । କିନ୍ତୁ ରାୟବରେଲୀରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବାରୁ ସେ ଏହି ଗସ୍ତକୁ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିଥିଲେ । ତେବେ ଏହା ପୂର୍ବରୁ ଏପ୍ରିଲ୍‌ ୨୮ରେ ସାଲେପୁର ଓ ମେ, ୧୫ ତାରିଖରେ ବଲାଙ୍ଗୀର ଗସ୍ତ କରି କଂଗ୍ରେସ ପାଇଁ ପ୍ରଚାର ବିଗୁଲ ବଜାଇଥିଲେ ରାହୁଲ ।

 

By SonaliP

Leave a Reply

Your email address will not be published. Required fields are marked *