କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରର ବରମୁଣ୍ଡା ପଡ଼ିଆ ହେଉଥିବା ସମାବେଶରେ ବିଜେପିକୁ କଡ଼ା ଟାର୍ଗେଟ୍ କରିଛନ୍ତି ରାହୁଲ। ଏହା ସହ ବିଜେପି ସରକାର ଉପରେ ବିଭିନ୍ନ ଆରୋପ ମଧ୍ୟ ଲଗାଇଛନ୍ତି । ଏହାକୁ ନେଇ ଏବେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ମନମୋହନ ସାମଲ। ସେ କହିଛନ୍ତି ଓଡିଶାର କଂଗ୍ରେସର କୌଣସି ସ୍ଥାନ ନାହିଁ । ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସି ପାରିବନି । ୧୯ ବର୍ଷ ବିରୋଧୀ ଆସନରେ ଆସିବା ପରେ ବି କ୍ଷମତାକୁ ଆସି ପାରିଲେନି । ଆସି ଆଜି ସେମାନେ ତୃତୀୟରୁ କିପରି ଏକ ନମ୍ବରକୁ ଯିବେ । ଏହା ସହ ଭୁବନେଶ୍ୱର ଏମସ ବାଜପେୟୀ କରିଥିଲେ, ଦିଲ୍ଲୀ ପରେ ଏହା ଥିଲା ୨ୟ ଏମସ । ମିଥ୍ୟା ଉପରେ କଂଗ୍ରେସ ଦଳ ଆଧାରିତ । ଭ୍ରଷ୍ଟାଚାର , ବ୍ୟଭିଚାର ଯୋଗୁଁ କଂଗ୍ରେସକୁ କେହି ଗ୍ରହଣ କରୁନାହାନ୍ତି । ସେ ଆଉ ମଧ୍ୟ କହିଛନ୍ତି ଜଗନ୍ନାଥଙ୍କ ରଥ ତାଙ୍କ ଇଚ୍ଛାରେ ଅଟକେ । କଂଗ୍ରେସ ପାଖରେ କିଛି ମୁଦ୍ଦା ନାହିଁ ଲୋକଙ୍କୁ କହିବାକୁ। Post navigation ଓଡ଼ିଶାରେ ଯାହା ବି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ, ବିଜେପିର ଅବଦାନ ଜିରୋ: ମଲିକାର୍ଜୁନ ଖଡ୍ଗେ ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ; କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି: ଆଇନ ମନ୍ତ୍ରୀ