ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କରିବା ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପାଇଁ ପଡିଲା ମହଙ୍ଗା । ବିଧାନସଭାରେ କଂଗ୍ରେସର ୧୨ ଜଣ ବିଧାୟକ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି । ଗୃହରେ ବିଶୃଙ୍କଳିତ ଆଚରଣ ପାଇଁ କଂଗ୍ରେସର ମୋଟ୍ ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିଲମ୍ବନ କରାଯାଇଛି। ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।
କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ସଦସ୍ୟ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ।
ସୂଚନା ଯୋଗ୍ୟ; ଲଗାତର ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଦାବି କରି ବିଧାନସଭାରେ ନାରାବାଜି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ । ଗୃହରେ ଘଣ୍ଟ, ଘଣ୍ଟା, ତୂରୀ, ମହୁରୀ, ବଂଶୀ ବଜାଇ ପ୍ରତିବାଦ କରୁଥିଲେ । ଫଳରେ ଗୃହକୁ ଚଳାଇବା ଅସମ୍ଭବ ହୋଇ ପଡ଼ିଥିଲା । ତେବେ ଏ ନେଇ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ଫଳରେ ବାଚସ୍ପତି ୧୨ ଜଣଙ୍କୁ ନିଲମ୍ବନ କରିଛନ୍ତି ।