Commissionerate Police imposes parking restrictions in major Bhubaneswar roads

ଜାନୁଆରୀ ୮ ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱରରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ କମିଶନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଜାରି କରିବା ସହ ସେହି ଅନୁଯାୟୀ ଯାତ୍ରା ଯୋଜନା କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି ।

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସି ୧୮ତମ ପ୍ରବାସୀ ଭାରତୀୟ ଦିବସ-୨୦୨୫ରେ ଯୋଗ ଦେବେ ।

ସେମାନଙ୍କ ସୁରକ୍ଷା ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଅଞ୍ଚଳ, ପାୱାର ହାଉସ୍, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି, ଜୟଦେବ ବିହାର, ଜାଭିୟର, ନାଲ୍‌କୋ ଛକ ଆଦି ଅଞ୍ଚଳ ପାଇଁ କମିଶନରେଟ୍ ପୁଲିସ କଟକଣା ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ VVIPଙ୍କ ଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ଅନ୍ୟ ଗାଡ଼ି ପ୍ରବେଶ ମନା ।

Commissionerate Police issues traffic advisory for Pravasi Bharatiya Divas

By Nirvay

Leave a Reply

Your email address will not be published. Required fields are marked *