କଟକ ସହରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଉତ୍ତେଜନା, ହିଂସାତ୍ମକ ପରିସ୍ଥିତି ନେଇ କମିଶନରେଟ ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି । କଟକରେ ହୋଇଥିବା ସମ୍ପ୍ରତି ଗୋଷ୍ଠୀ ସଂଘର୍ଷ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରସାରିତ ନକଲି ଭିଡିଓ ଏବଂ ବିଭ୍ରାନ୍ତିକର ଗୁଜବ ର ଶିକାର ନ ହେବାକୁ ନାଗରିକମାନଙ୍କୁ କମିଶନରେଟ ପୋଲିସ ଅନୁରୋଧ କରିଛି । କମିଶନରେଟ୍ ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଉପରେ ସକ୍ରିୟ ନଜର ରଖିଛି ଯେଉଁଠାରେ ନକଲି ଭିଡିଓ ଏବଂ ଉତ୍ତେଜନାପୂର୍ଣ୍ଣ ଗୁଜବ ପ୍ରସାରିତ ହେଉଛି । ପୋଲିସ୍ ନିର୍ଦ୍ଦେଶାବଳୀ: 📌ଭୁଲ ସୂଚନା ପ୍ରସାରଣ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 📌ସୋସିଆଲ୍ ମିଡିଆ ପୋଷ୍ଟ କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବାକୁ ନିର୍ଦ୍ଦେଶ । 📌ସୋସିଆଲ୍ ମିଡିଆରେ ମିଛ ଓ ଉତ୍ତେଜନାମୂଳକ ତଥ୍ୟ ପୋଷ୍ଟ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ । 📌ମିଥ୍ୟା କିମ୍ବା ବିଭ୍ରାନ୍ତିକର ସୂଚନା ପ୍ରଚାର ଓ ପ୍ରସାର କଲେ କଠୋର କାର୍ଯ୍ୟାନୁଷ୍ଠାନ । କହିରଖୁଛୁ ଯେ, ଆଗାମୀ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟାଳିସମୌଜା, ସଦର, ବିଡ଼ାନାସୀ ଏବଂ ମାଲଗୋଦାମ ଥାନା ଅଞ୍ଚଳରେ ଏହି କର୍ଫ୍ୟୁ ଜାରି କରାଯାଇଛି । କଟକ ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି ଏ ନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । Post navigation ନୂଆପଡ଼ା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧୧୦୧ କୋଟି ଟଙ୍କାର ଭେଟି କଟକ ଭସାଣି ସମୟରେ ଅଶାନ୍ତି ଘଟଣା: ୮ ଗିରଫ