ରାଜା ଚକ୍ର ଗିରଫ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ସେ କହିଛନ୍ତି ବିଜେଡି ନେତା ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି। ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ର ରାଜାଙ୍କ ଇସାରାରେ କାମ କରୁଥିଲେ । ସେମାନେ ମଧ୍ୟ ରାଜାଙ୍କ ବେପାରରେ ଭାଗିଦାର ଥିଲେ ।

ସେ ଆଉ ମଧ୍ୟ କହିଛନ୍ତି ଏସବୁକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ବି ଦେଇଥିଲେ । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ରାଜାଙ୍କ ପାଇଁ ଓ ରାଜାଙ୍କ କାର୍ଯ୍ୟକଳାପ ପାଇଁ ଦଳର କ୍ଷତି ହେବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *