ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ । ଅଧିକାଂଶ ସ୍ଥାନରେ ୫ ରୁ ୭ ଡିଗ୍ରୀ ଯାଏଁ ବଢ଼ିଲା ତାପମାତ୍ରା । ରାଜଧାନୀରେ ୬.୮ ଡିଗ୍ରୀ ବଢ଼ିଲା ତାପମାତ୍ରା । ଆଜି ଭୁବନେଶ୍ୱରର ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ କରାଯାଇଛି। ମେଘାଚ୍ଛନ୍ନ ଆକାଶ ପ୍ରଭାବରେ ବଢ଼ିଲା ରାତି ତାପମାତ୍ରା । ସେହିପରି ଝାରସୁଗୁଡା ୧୧.୬, ବାଲେଶ୍ୱର ୧୭, କେନ୍ଦୁଝରରେ ୧୫ ଡିଗ୍ରୀ ରେକର୍ଡ । ରାଜ୍ୟରେ ଘନ କୁହୁଡିର ସମ୍ଭବନା ନଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ। ବିଗତ ଦିନ ଗୁଡିକରେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ିରେ କଲବଲ ହେଉଥିଲେ ରାଜ୍ୟବାସୀ। ଶୀତ ସାଙ୍ଗକୁ କୋହଲା ପବନ ଆଉ ତା ସାଙ୍ଗକୁ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ କରୁଥିଲା। Post navigation Somnath Swabhiman Parv: ଭାରତୀୟ ସଭ୍ୟତାର ଅଦମ୍ୟ ସାହସକୁ ପ୍ରଦର୍ଶନ କରୁଛି ‘ସୋମନାଥ ସ୍ୱାଭିମାନ ପର୍ବ’: ମନମୋହନ ସାମଲ Illegal Liquor: ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍