ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉତ୍ତର-ପୂର୍ବ ଭାରତରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଫଳରେ ଶୀତ ଲହରୀ ଜାରି ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି। ୬ ଡିଗ୍ରୀ ତଳେ ରାତି ତାପମାତ୍ରା ରହିଥିବା ସୂଚନା ମିଳିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ଆଉ ୩ ଦିନ ପ୍ରବଳ ଥଣ୍ତା ହେବ। ଝାରସୁଗୁଡ଼ା ୬ ଡିଗ୍ରୀ ତଳେ ରାତି ତାପମାତ୍ରା ଥିବା ବେଳେ ରାଉରକେଲାରେ ୬.୪ ଡିଗ୍ରୀ ଓ କେନ୍ଦୁଝରରେ ୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ଆଉ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ବିଶେଷକରି, କଳାହାଣ୍ଡି,ଜଗତସିଂହପୁର, କେନ୍ଦୁଝର,ଝାରସୁଗୁଡ଼ା,ଓ କେନ୍ଦ୍ରାପଡ଼ାରେ ଘନ କୁହୁଡି ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। Post navigation ପ୍ରବାସୀ ଭାରତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ବିକଶିତ ରାଷ୍ଟ୍ର ଭାବେ ନିର୍ମାଣ କରିବାକୁ ପ୍ରବାସୀ ଭାରତୀୟଙ୍କ ସହଯୋଗ କାମନା କଲେ ମୋଦୀ