ଆଜି ପବିତ୍ର ମହାଷ୍ଟମୀ । ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ଆଜି ଏହି ପବିତ୍ର ଦୁର୍ଗାଷ୍ଟମୀରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କରିବା ସହ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି । ରାଜଧାନୀର ଏକାମ୍ର ନିର୍ବାଚନ ମଣ୍ଡଳୀ ଜମ୍ବେଶ୍ୱର ପାଟଣା ସାହି ମଣ୍ଡପରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ପାଟଣା ସାହି ବ୍ୟତିତ ଆଜି ଭୁବନେଶ୍ବରରେ ଥିବା ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ । ଦିନ ୧୧ ଟା ସମୟରେ ଆରମ୍ଭ ହୋଇ ପ୍ରାୟ ୩ ଘଣ୍ଟା ଧରି ମଣ୍ଡପରୁ ମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଆସନ୍ତାକାଲି ନବମୀ ଦିନ କଟକର ପୂଜା ମଣ୍ଡପ ବୁଲି କେନ୍ଦୁଝର ଅଭିମୁଖେ ବାହାରିବେ। ଦଶହରାରେ ନିଜ ଜିଲ୍ଲା କେନ୍ଦୁଝରରେ ଦୁର୍ଗା ପୂଜାରେ ସାମିଲ ହେବେ ମୋହନ ମାଝୀ ।

Leave a Reply

Your email address will not be published. Required fields are marked *