ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ମୋନ୍ଥା’ ସମୀକ୍ଷା ପାଇଁ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, SRC ମଧ୍ୟ ଉପସ୍ଥିତ ରହିଛନ୍ତି । ଯେଉଁ ସବୁ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ସେହି ସବୁ ଜିଲ୍ଲାକୁ ନେଇ ଆଲୋଚନା ହୋଇଛି । ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯାଇଛି ।

ଲ୍ୟାଣ୍ଡଫଲ୍‌ ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଏବେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେଉଛି। ଲ୍ୟାଣ୍ଡଫଲ୍‌ ପକ୍ରିୟା ୫ ଘଣ୍ଟା ଧରି ଚାଲିବ। ଆନ୍ଧ୍ରପ୍ରଦେଶ କାକିନାଡା ପରିବର୍ତ୍ତେ ମଚ୍ଛଲିପଟନରେ ମାଡ଼ ହେବାକୁ ଯାଉଛି। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୪ରୁ ୫ଘଣ୍ଟା ରହିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା।

ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରୀ ୧୨ଟା ଯାଏ ରହିବ। ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ। ସେପଟେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଜିଲାରେ ୬୦ରୁ ୬୫ କିମି ବେଗରେ ପବନ ରହିଛି।

Leave a Reply

Your email address will not be published. Required fields are marked *