କେନ୍ଦୁଝର ଗ୍ରସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ଗାଁ କେନ୍ଦୁଝର ରାଇକଳାରେ ସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । ସତେ ଯେପରି ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଲୋକେ ତାଙ୍କୁ ଦେଖିବାକୁ ଆସିଛନ୍ତି। ରାସ୍ତାରେ ଦୁଇ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଲୋକ ଛିଡ଼ା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ଏହା ପରେ ସେ ଝୁମ୍ପୁରା ଅଭିମୁଖେ ଯାତ୍ରା କରିବେ ।

ସେଠାରେ ରୋଡ୍‌ ଶୋ’ରେ ଯାଇ ଝୁମ୍ପୁରା ବଜାର ପରିକ୍ରମା କରିଛନ୍ତି। ସ୍ଥାନୀୟ ଦୁର୍ଗାପୂଜା ପଡ଼ିଆରେ ଏକ ଜନସଭାରେ ଉଦ୍‌ବୋଧନ ଦେବା ଓ ବିଭିନ୍ନ ସଙ୍ଗଠନ ଓ ଶୁଭେଚ୍ଛୁ ଦଳୀୟ ନେତା ଓ କର୍ମୀ ତାଙ୍କୁ ସମ୍ବର୍ଦ୍ଧନା କରିବା କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *