ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରୁଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ଆଜି ସୋମବାର ନବମ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଛାତରୁ ପଡି ଗୁରୁତର ଆହତ ନିମାପଡ଼ାର ହେମନ୍ତ ସାହୁ ଏବଂ ମେରୁଦଣ୍ଡ ଜନିତ ସମସ୍ୟା ଭୋଗ କରୁଥିବା ନିରାକାରପୁରର ବିଚିତ୍ର ପାଇକରାୟ ପହଞ୍ଚି ନିଜର ଅସୁବିଧା ସମ୍ପର୍କରେ ଜଣାଇଥିଲେ। ଏବଂ ସେମାନଙ୍କର ଅଭିଯୋଗ ଶୁଣିବା ମାତ୍ରେ ତୁରନ୍ତ ପଦକ୍ଷେପ ନେଇଚନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଉଭୟଙ୍କ ପାଇଁ “ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି”ରୁ ୧ଲକ୍ଷ ଲେଖାଏଁ ସହାୟତା ରାଶି ଅନୁମୋଦନ କରିଛନ୍ତି।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁଃଖୀ, ସମସ୍ୟାରେ ଜର୍ଜରିତ ସେମାନେ ଯେତେବେଳେ ଶୋଷଣ ହେଉଛନ୍ତି ସେମାନେ ଭରସା ଆଶା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି ସେମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଉଛି । ଏବେ ସୁଦ୍ଧା ୮ହଜାର ୭ଶହ ୩୭ଟି ଅଭିଯୋଗ ପଞ୍ଜିକରଣ ହୋଇଥିବାବେଳେ ସେଥିରୁ ୭ହଜାର ୩ଶହ ୩୧ଟି ଅଭିଯୋଗର ସମାଧାନ ହୋଇଛି । ବାକି ଥିବା ସମସ୍ୟା ଖୁବ ଶୀଘ୍ର ସମସ୍ୟା ହେବ । ସରକାର ଲୋକଙ୍କ ସହ ଅଛନ୍ତି ।

Leave a Reply

Your email address will not be published. Required fields are marked *