ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଦିନ ସକାଳ ୮ ଘଟିକାରୁ ୟୁନିଟ-୨ରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୩ ତମ ପାଳିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଚନ୍ତି।

ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପ୍ରାୟ ୯୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇ ସାରିଛି । ଏପର୍ଯ୍ୟନ୍ତ ୧୧,୫୧୬ ଅଭିଯୋଗରୁ ୧୦,୫୦୨ ଅଭିଯୋଗର ସମାଧାନ ହୋଇଛି । ୪୮ ଅଭିଯୋଗ ନେଇ ସାଢ଼େ ୫୩ ଲକ୍ଷର ଆର୍ଥିକ ସହାୟତା ପ୍ରଦାନ ସରିଛି । ଆଜି ୩ ଅଭିଯୋଗ ବାବଦରେ ଦେଢ଼ ଲକ୍ଷର ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ରେ ଲେଖିଛନ୍ତି ଏ ସରକାର ଲୋକଙ୍କ ସରକାର, ଆପଣମାନଙ୍କ ସରକାର। ଲୋକଙ୍କ ସରକାରରେ କେହି ଜଣେ ମଧ୍ୟ ଯେମିତି ନ୍ୟାୟ ପାଇବାରୁ ବଞ୍ଚିତ ହେବେ ନାହିଁ, ଏଥିପାଇଁ ଆମେ ସବୁପ୍ରକାର ପ୍ରୟାସ କରୁଛୁ । ସାଧାରଣ ଜନତାଙ୍କ ଅସୁବିଧାକୁ ଆମ ସରକାର ଅତି ଗୁରୁତ୍ୱର ସହ ବିଚାର କରୁଛନ୍ତି ଏବଂ ସମାଧାନ ପାଇଁ ସବୁବେଳେ ତତ୍ପର ଅଛନ୍ତି । ଜନ ଶୁଣାଣି ମାଧ୍ୟମରେ ସରକାର ଓ ଜନତାଙ୍କ ଭିତରେ ଥିବା କୃତ୍ରିମ ବାଡ଼କୁ ଭାଙ୍ଗି ଆମେ ବ୍ୟବସ୍ଥାକୁ ଆପଣଙ୍କ ପାଖରେ ପହଞ୍ଚାଇଛୁ । ଏ ସରକାର ଆପଣଙ୍କ ସହିତ ଅଛି, ଆପଣଙ୍କ ବିଶ୍ୱାସ ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଛି ।

Leave a Reply

Your email address will not be published. Required fields are marked *