ଆଜି ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଲ ତରଫରୁ ୟୁନିଟ୍ -୩ କ୍ୟାପିଟାଲ୍ ହାଇସ୍କୁଲ ଠାରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ଆଜି ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ପ୍ରମୁଖ ୯ ବିଭାଗ ପାଇଁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ରହିବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତି ପରିଣତ ଲକ୍ଷ୍ୟ କରାଯାଇଛି । ଏହା ସହ ଭାରତକୁ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ଲକ୍ଷ୍ୟ ରଖାଯାଇଛି । Post navigation ଭିଡ଼ମୁକ୍ତ ହେବ ଟ୍ୱିନ୍ ସିଟି; ଖର୍ଚ୍ଚ ହେବ ୧୦ କୋଟି ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଫଳ; ୪୭୯୯ ଉତ୍ତୀର୍ଣ୍ଣ