ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପିର ରାଜ୍ୟସଭା ପ୍ରାର୍ଥୀ ନେଇ ଆଜି ହୋଇପାରେ ମନ୍ଥନ। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଡାକିଲେ ବୈଠକ । ମନ୍ତ୍ରୀ ଓ ବିଧାୟକଙ୍କୁ ଡକରା ହୋଇଥିବା ଜଣାପଡିଛି। ଏହି ବୈଠକରେ ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ରାଜ୍ୟସଭା ନିର୍ବାଚନ ପାଇଁ ବିରୋଧୀ ଦଳ ବିଜୁ ଜନତା ଦଳ ଗୋଟିଏ ପାଦ ଆଗକୁ ଯାଇ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ନାମାଙ୍କନ ଭରିବାକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ଏହାକୁ ନେଇ ଆଜି ବିଜେପି ମନ୍ତ୍ରୀ ଓ ବିଧାୟକଙ୍କୁ ଡକରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Post navigation Stock Market Crash: ଇରାନ-ଆମେରିକା ଯୁଦ୍ଧ ପ୍ରଭାବରେ ଖସିଲା ଭାରତୀୟ ସେୟାର ବଜାର Taliban Strikes Pakistan: ପାକିସ୍ତାନ ଉପରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ; ନୁର ଖାନ ଏୟାରବେସ୍ ଛାରଖାର