CM Mohan Majhi assigned responsibilities of districts to-deputy-cm, ministers

ରାଜ୍ୟର ୩୦ ଜିଲ୍ଲା ପାଇଁ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ପ୍ରଭାରୀ ମନ୍ତ୍ରୀ ଭାବରେ ମନୋନୀତ କରାଯାଇଛି ।

ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଦାୟିତ୍ୱ ଦିଆଯାଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଦାୟିତ୍ୱ ମିଳିଛି ।

ସେଇଭଳି ସୁରେଶ ପୂଜାରୀଙ୍କୁ ସୁନ୍ଦରଗଡ଼ ଓ ଦେବଗଡ଼, ରବି ନାଏକଙ୍କୁ ସୋନପୁର ଓ ବଲାଙ୍ଗିର, ନିତ୍ୟାନନ୍ଦ ଗଣ୍ଡଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଅନୁଗୁଳ ଓ ସମ୍ବଲପୁର ଦାୟିତ୍ୱ ମିଳିଛି । ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱରେ ରହିଲେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଝାରସୁଗୁଡା ଓ ବରଗଡ଼ ଦାୟିତ୍ୱ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ମିଳିଛି ।

ବିଭୂତି ଜେନାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା, କୃଷ୍ଣ ମହାପାତ୍ରଙ୍କୁ କନ୍ଧମାଳ ଓ ବୌଦ୍ଧ, ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ କଳାହାଣ୍ଡି ଓ ନୂଆପଡ଼ା, ସୂର୍ଯ୍ୟବଂଶୀ ସୂରଜଙ୍କୁ ଯାଜପୁର ଓ କେନ୍ଦ୍ରାପଡ଼ା, ପ୍ରଦୀପ ବଳସାମନ୍ତଙ୍କୁ ଖୋର୍ଦ୍ଧା ଓ ନୟାଗଡ଼, ଗୋକୁଳାନନ୍ଦ ମଲ୍ଲିକଙ୍କୁ କୋରାପୁଟ ଓ ମାଲକାନଗିରି ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଢେଙ୍କାନାଳ ଓ ପୁରୀ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

By Nirvay

Leave a Reply

Your email address will not be published. Required fields are marked *