ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମିଳନ । ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନ ଆୟୋଜନ କରାଯାଇଛି। ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଉଦଘାଟନ କରିଛନ୍ତି। ଆଜିଠୁ ତିନିଦିନ ଧରି ଓଡ଼ିଶାରେ ହେବ ପ୍ରବାସୀ ଭାରତୀୟ ସମ୍ମେଳନ। ଭାରତର ବିକାଶରେ ପ୍ରବାସୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଓଡ଼ିଶାର ବିକାଶରେ ସେମାନଙ୍କ ସହଯୋଗ ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଏହି ସମ୍ମିଳନୀକୁ ଉଦଘାଟନ କରି ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଅଜସ୍ର ସ୍ନେହ, ଶ୍ରଦ୍ଧାର ସହ ଆପଣଙ୍କ ଅପେକ୍ଷାରେ ଥିଲୁ । ଆଜି ଅପେକ୍ଷାର ଅନ୍ତ ହେଲା, ସଂପର୍କ ଆହୁରି ସୁଦୃଢ଼ ହେବ । ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ କଲଚୁରାଲ ଆମ୍ବାସଡର । ଆପଣଙ୍କ ସଫଳତା ଆମକୁ ଖୁସି ଦେଇଥାଏ । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଓଡ଼ିଶାର ସଂସ୍କୃତି, ଐତିହ୍ୟ ସ୍ବତନ୍ତ୍ର । ଭୁବନେଶ୍ବରରେ ଏହା ଆୟୋଜନ ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଧଉଳି, ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ଆପଣମାନେ ବୁଲନ୍ତୁ । ଡାଲମା, ରସଗୋଲା ଭଳି ଓଡ଼ିଆ ଖାଦ୍ୟର ମଜା ନିଅନ୍ତୁ । ସେହିପରି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ । ସେ କହିଛନ୍ତି ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆମେ ବିକଶିତ ଭାରତ ଅଭିମୁଖେ । କୋଭିଡ ସମୟରେ ଭାରତ ନିଜସ୍ବ ଟିକା ତିଆରି କରିଥିଲା । ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା । ଅନ୍ୟପଟେ ଏହି ସମ୍ମେଳନ ପାଇଁ ରଙ୍ଗ ବେରଙ୍ଗର ଆଲୋକ ସହିତ ଭିନ୍ନ ଭିନ୍ନ ଫୁଲରେ ମଧ୍ୟ ରାଜଧାନୀକୁ ସଜାଯାଇଛି। ଭୁବନେଶ୍ୱରର ଜନତା ମଇଦାନରେ ଏହି ସମ୍ମେଳନର ଆୟୋଜନ କରାଯାଇଛି। ଜନତା ମଇଦାନକୁ ମଧ୍ୟ ବେଶ ଆକର୍ଷଣୀୟ ଭାବରେ ସଜା ଯାଇଛି । ଏହା ସହ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ପ୍ରବାସୀ ଭାରତୀୟ ସମ୍ମେଳନକୁ ତୁଲାଇବା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଏହା ସହ ପୁରୀ ଭୁବନେଶ୍ବର, କଟକ, ଯାଜପୁରରେ ୨୧ଟି ପର୍ଯ୍ୟଟନସ୍ଥଳୀକୁ ପ୍ରବାସୀ ଭାରତୀୟଙ୍କୁ ବୁଲାଇବାର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନକୁ ପାଖରୁ ଦେଖିବାରୁ ସୁଯୋଗ ମିଳିବ। ବିଭିନ୍ନ ଖାଦ୍ୟ ମେଳାରୁ ଆରମ୍ଭ କରି ଓଡ଼ିଶାର ପାରମ୍ପରିକ, ଶାସ୍ତ୍ରୀୟ ନୃତ୍ୟ ଦେଖାଇବା ପାଇଁ ବିଭିନ୍ନ ମହୋତ୍ସବ ଆୟୋଜନ କରାଯାଇଛି। ଏଥି ସହିତ ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମେଳନରେ ଯୋଗ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଥିପାଇଁ ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। Post navigation ରାଜଧାନୀରେ ‘ପୋଲିସ ମିତ୍ର’ ଯୁବକଙ୍କ ମୁଣ୍ଡ କାଟି ହତ୍ୟା ଷ୍ଟେନ୍ସ ହତ୍ୟା ମାମଲା: ଦାରା ସିଂହଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ଓଡ଼ିଶା ଓ ସିବିଆଇକୁ ଜବାବ ମାଗିଲେ ସୁପ୍ରିମକୋର୍ଟ