ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ ଦିବସ ୱେବସାଇଟର ଶୁଭାରମ୍ଭ ସମାରୋହରେ ଯୋଗଦେଇଛନ୍ତି ।ଜବାହରଲାଲ ନେହେରୁ ଭବନର ସି. ବି. ମୁଥାମ୍ମା ହଲରେ ଏହାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ପ୍ରବାସୀ ଭାରତୀୟ ଦିବସ ୱେବସାଇଟର ଶୁଭାରମ୍ଭ ଭୁବନେଶ୍ୱରରେ ହବାକୁ ଯାଉଥିବା ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀର ପୂର୍ବ ପ୍ରସ୍ତୁତି , ଯାହା ଜନତା ମଇଦାନରେ ପାଳନହବ|

ଯାହା ପ୍ରବାସୀ ଭାରତୀୟଙ୍କ ଅବଦାନକୁ ପାଳନ କରୁଛି। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ ଓଡ଼ିଶା ଜାନୁଆରୀ ୮ ରୁ ୧୦ ମଧ୍ୟ ରେ ଭୁବନେଶ୍ୱରରେ 18 ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ଏହି କାର୍ଯ୍ଯକ୍ରମ ବିଶିଷ୍ଟ ପ୍ରବାସୀ ଭାରତୀୟ ସଦସ୍ଯମାନଙ୍କୁ ଏକାଠି କରିବ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ସମ୍ଭାବ୍ଯ ସହଯୋଗ ସୁଯୋଗ ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *