ଲୋକସେବା ଭବନରେ ସୋମବାର ଶୁଭାରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇ ସିଏମ୍ ମାଝୀ ସଡ଼କ ସୁରକ୍ଷା ସମ୍ମାନର ଶୁଭାରମ୍ଭ କରିଛନ୍ତି। ଏଥିସହ ୧୦ ଜିଲ୍ଲାରେ ମୋଟ୍ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ୧୪ଟି ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଦୁର୍ଘଟଣା ରୋକିବାକୁ ‘4 E’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଥମ E – ଏଡୁକେସନ୍ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି । ଦ୍ବିତୀୟ E- ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା । ତୃତୀୟ E-ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା । ଚତୁର୍ଥ E- ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମୁଁ ଏଥିରେ ଆଉ ଦୁଇଟି ‘E’ ଯୋଡ଼ିବାକୁ ଚାହୁଁଛି । ଏହି ଦୁଇ ‘E’ ହେଉଛି ଏନ୍ଭାଇରନ୍ମେଣ୍ଟ ଓ ଏନ୍ଗେଜ୍ମେଣ୍ଟ । ଏସବୁକୁ ଆପଣାଇଲେ ୯୫% ଦୁର୍ଘଟଣାକୁ ରୋକାଯାଇପାରିବ । Post navigation Illegal Sand Mining: ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା New Lok Seva Bhawan: ବିଧାନସଭାରେ ବଢ଼ିପାରେ ସିଟ ସଂଖ୍ୟା