ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର । ଗତକାଲି ପୁରୀରେ ଶ୍ରୀମନ୍ଦିର ପରିଦର୍ଶନ କରି ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ନେଇ ହୋଇଥିବା ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିବା ଜଣାପଡିଛି।

ଏହି ବୈଠକ ପରେ ପ୍ରକାଶ ମିଶ୍ର କହିଛନ୍ତି ମୁଁ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଆସିଥିଲି ଏବଂ ତାଙ୍କର ଆଶୀର୍ବାଦ ପାଇଲି। ଏହା ସହିତ, ଆମେ ଭକ୍ତଙ୍କ ଆଗମନକୁ କିପରି ଭଲ ଭାବରେ ପରିଚାଳନା କରାଯାଇପାରିବ, ବିଶେଷକରି ଚାରିଟି ମନ୍ଦିର ଦ୍ୱାର ଖୋଲିବା ପରେ ମୂଲ୍ୟାଙ୍କନ କରୁଛୁ । କିପରି ଭକ୍ତମାନେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରିବେ ସେ ବିଷୟରେ ଆଲୋଚନା କରାଯାଇଛି ।

Leave a Reply

Your email address will not be published. Required fields are marked *