ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି)ର ଟର୍ମିନାଲ ୧ (ଟି୧) ଛାତ ଭୁଶୁଡ଼ିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମ ମୋହନ ନାଇଡୁ ବିମାନବନ୍ଦର ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର (ଏଓସିସି) ପରିଦର୍ଶନ କରି ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣା ପରେ ଟର୍ମିନାଲ ୧ (ଟି୧)ର ବିମାନଗୁଡିକ ଟର୍ମିନାଲ୍ ୨ (ଟି୨) ଏବଂ ୩ (ଟି୩)କୁ ସ୍ଥାନାନ୍ତରିତ କରାଯାଇଛି।

ନାଇଡୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ), ନାଗରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏସ), ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ଡିଆଇଏଏ୍‌) ଏବଂ ବିମାନ ପ୍ରତିନିଧିଙ୍କ ସହ ଏକ ବୈଠକ କରିଥିଲେ। ଆଲୋଚନାରେ ସୁଗମ କାର୍ଯ୍ୟ ଏବଂ ଯାତ୍ରୀଙ୍କ ମତାମତ ଜାଣିବା ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ କେନ୍ଦ୍ରମନ୍ତ୍ରୀ ଯାତ୍ରୀମାନଙ୍କ ପାଇଁ ସର୍ବୋଚ୍ଚ ସୁରକ୍ଷାମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଏବଂ ନିରାପଦ ଯାତ୍ରା ଅଭିଜ୍ଞତା ପ୍ରଦାନ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ନାଇଡୁ କହିଛନ୍ତି।

Leave a Reply

Your email address will not be published. Required fields are marked *